ସାପ କାମୁଡ଼ାରେ ପ୍ରାଥମିକ ଚିକିତ୍ସା
ସାପ କାମୁଡ଼ିଲେ କଣ କରିବା ଉଚିତ୍
✓ ସାପ କାମୁଡି ଥିବା ବ୍ୟକ୍ତିଙ୍କୁ ଆଶ୍ୱାସନା ଦିଅନ୍ତୁ । 70% ସାପକାମୁଡା ବିଷ ହୀନ ସାପଙ୍କ ଦ୍ୱାରା ହୋଇଥାଏ । ଏମିତି ବି 50 % ବିଷଧର ସାପ କାମୁଡା ରେ ଆଦୌ ବିଷ ହିଁ ଯାଇ ନଥାଏ ।
✓ ସାପ କାମୁଡିଥିବା ଅଙ୍ଗରେ ପିନ୍ଧିଥିବା ମୁଦି, ଚୁଡି, ଘଣ୍ଟା, ବ୍ରତ, ପାଉଁଜି ଆଦି ଖୋଲି ଦିଅନ୍ତୁ । କାରଣ ସାପ ବିଷ ଯୋଗୁଁ ଯେତେବେଳେ କ୍ଷତ ସ୍ଥାନ ଥିବା ଅଙ୍ଗଟି ଫୁଲିଯିବ, ସେତେବେଳେ ଅଧିକ କଷ୍ଟ ହେବ, ଏବଂ ଖୋଲିବାକୁ ଅସୁବିଧା ହେବ ।
✓ କ୍ଷତ ସ୍ଥାନ ଉପରକୁ କ୍ରେପ ବ୍ୟାଣ୍ଡେଜ (ନହେଲେ ପତଳା ଲମ୍ବା କପଡା ଯେମିତିକି ଗାମୁଛା, ଧୋତି, ଚୁନି, ଇତ୍ୟାଦି) କୁ ଗୁଡେଇ ଗୁଡେଇ ହାଲକା କରି ବାନ୍ଧି ଦିଅନ୍ତୁ । ଆଦୌ ଟାଇଟ୍ କରି ବାନ୍ଧନ୍ତୁ ନାହିଁ ।
✓ କାମୁଡିଥିବା ହାତକୁ ଛାତି ତଳକୁ ଫୋଟୋ ରେ ଦେଖାଯାଇଥିବା ଭଳି ଭରା ଦେଇ ଝୁଲେଇ ରଖନ୍ତୁ । ଗୋଡ଼କୁ କାମୁଡିଥିଲେ ସଳଖ କରି ରଖିବାକୁ ଚେଷ୍ଟା କରନ୍ତୁ ।
✓ ସାପ ବିଷ ଦାଉରୁ ରକ୍ଷା ପାଇବା ପାଇଁ ସର୍ପ ବିଷ ନିରୋଧକ ଇଞ୍ଜେକ୍ସନ (ASV) ହିଁ ଏକମାତ୍ର ବିକଳ୍ପ । ଯଥାଶୀଘ୍ର ଏହି ସୁବିଧା ଉପଲବ୍ଧ ଥିବା ଡାକ୍ତରଖାନା କୁ ଯାଆନ୍ତୁ । ସାପ ବିଷ ପାଇଁ ପାରମ୍ପରିକ ପଦ୍ଧତିହର କୌଣସି ସୁଫଳ ମିଳିବାର ପ୍ରମାଣ ନାହିଁ ।
✓ ଡାକ୍ତରଖାନାରେ ପହଞ୍ଚି, ଯିବା ବାଟରେ କଣ ସବୁ ଲକ୍ଷଣ ରୋଗୀଙ୍କ ପାଖରେ ଦେଖାଗଲା ଡାକ୍ତରଙ୍କୁ ସବିଶେଷ କୁହନ୍ତୁ ।